
ଭୁବନେଶ୍ୱର : ତା 17/02/26( ସମୀର ଡିଜିଟାଲ ଲାଇଭ ନିୟୁଜ )ସୁସ୍ଥ ଓ ସୁନ୍ଦର ଜୀବନ ଯାପନ ପାଇଁ ଆମ ପରିପାର୍ଶ୍ଵ ସ୍ବଚ୍ଛତା ରହିବା ଆବଶ୍ୟକ। ପରିବେଶ ର ସ୍ବଚ୍ଛତା ସୁସ୍ଥ ଆଉ ନିର୍ମଳ ରହିବାର ମାଧ୍ୟମ।ଯେପରି ଭଗବାନ୍ ଙ୍କ ପାଖରେ ନିଜକୁ ସମର୍ପିତ କରିବା ପାଇଁ ନିର୍ମଳ ଓ ସ୍ୱଚ୍ଛ ମନର ଆବଶ୍ୟକ ଥାଏ,ଠିକ୍ ସେହି ପରି ଆମ ପରିପାର୍ଶ୍ଵ ର ସ୍ବଚ୍ଛତା ମଧ୍ୟ ଆମ ହାତରେ ଥାଏ ,ଯାହା ଆମର ସମାଜ ସେବୀ ଭାଇ ଓ ଭଉଣୀ ମାନେ ପ୍ରମାଣ କରି ଦେଖାଇଛନ୍ତି।
ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଏ। ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ । ଆତ୍ମ କଲ୍ୟାଣର ରାସ୍ତାକୁ ପରିସ୍କାର କରିବାପାଇଁ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଏ ଦୁଇଟିର ଆବଶ୍ୟକତା ରହିଛି ବୋଲି ଏଇ ପର୍ବ ଶିକ୍ଷା ଦେଇଥାଏ । ଠିକ୍ ସେହିପରି ଭଗବାନ୍ ଙ୍କ ଆରାଧନା ରେ ଯେପରି ମନ କୁ ଶାନ୍ତି ମିଳିଥାଏ,ସେହିପରି ଆମ ପରିବେଶ ର ସଫା ଓ ପରିଷ୍କାର ମଧ୍ୟ ଜରୁରୀ ହୋଇଥାଏ।ତନ୍ମଧ୍ୟରୁ ଜୀବନ ସେବା ଫାଉଣ୍ଡେସନ ଅନ୍ୟତମ।ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଦୀପ ପ୍ରଜ୍ବଳନ କରିଥାନ୍ତି। ସେହି ଦୀପ, କାଗଜ, ଫୁଲ, ଅରୁଆଚାଉଳ, ପାଣି ବୋତଲ ଇତ୍ୟାଦି ସ୍ୱଚ୍ଛ କରିବା ଆଭିମୁଖ୍ୟ ମିଳିତ ସହଯୋଗରେ ,ସୂର୍ଯ୍ୟଲକ୍ଷ୍ମୀ ଫାଉଣ୍ଡେସନ ର ମୁଖ୍ୟ ସୁଜିତ ନାୟକ ଓ ସଦସ୍ୟ ସଦସ୍ୟା ବୃନ୍ଦ ଏବଂ ଜୀବନ ସେବା ଫାଉଣ୍ଡେସନ୍ ପରିବାରର ସିକୁନ ସାହୁ, ସାଇଶ୍ରୀ ପଣ୍ଡା,
ନିଗମାନନ୍ଦ ଜେନା, ଅସ୍ମିନ୍ ଖାତୁନ, ପ୍ରଶାନ୍ତ କୁମାର ଜେନା, ଚନ୍ଦ୍ରଭୁଷଣ ବେହେରା, ଅଜୟ କୁମାର ବିଷୋୟୀ, ଲିପସା ମହାକୁଡ, ହରିଶ୍ଚନ୍ଦ୍ର ପଟ୍ଟନାୟକ, ବିଶିଷ୍ଟ ସମାଜ ସେବୀ ସୁଶାନ୍ତ ସାହୁ ମୁଖତଃ ଯୋଗ ଦେଇ ସଫେଇ କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସହିତ ଯୋଗ ଦେଇ ଥିବା ପରିବାର ସଦସ୍ୟ ବୃନ୍ଦ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ !ବ୍ୟୁର ରିପୋର୍ଟ ସମୀର ସମୀର ଡିଜିଟାଲ ଲାଇଭ ନିୟୁଜ;
